Teachers Day Speech PDF In Odia

‘Odia Speech’ PDF Quick download link is given at the bottom of this article. You can see the PDF demo, size of the PDF, page numbers, and direct download Free PDF of ‘Odia Speech Day’ using the download button.

Teachers Day Speech Book PDF Free Download

“ଗୁରୁ ଦିବସ”

ମାନନୀୟ ସଭାପତି, ପୂଜ୍ୟ ଗୁରୁଜୀବୃନ୍ଦ, ସ୍ନେହ ପ୍ରତିଯୋଗୀଗଣ । ଆଜି ପବିତ୍ର ଗୁରୁଦିବସରେ କିଛି କରିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି । ମାନ୍ଦ୍ରାଜ ନିକଟବର୍ତ୍ତୀ ସର୍ବପଲ୍ଲୀ ଗାଁ ।

ସେଇ ଗାଁର ଗୋଟିଏ ଗରିବ ବାଳକର ଜନ୍ମ ଦିନ ଆଜି ବିଶ୍ବ ଇତିହାସରେ “ଗୁରୁଦିକସ । ସେ ପୁଅ ବୀର ସ୍ୱାମୀ ପୁରୋହିତଙ୍କ ପୁଅ । ବିଶ୍ବର ସର୍ବଶ୍ରେଷ୍ଠ ଦାର୍ଶନିକ । ସେ ଗୁରୁ ନୁହନ୍ତି ଗୁରୁଣା ଗୁରୁ ।

ଭାରତ ମାଟି ହିଁ ଗୁରୁ ମାଟି, ଗୁରୁ ମାଟିର ଗୁରୁ ରାଧାକ୍ରିଷ୍ଠାନ । ଜନ୍ମ ୧୮୮୮ ସେପ୍ଟେମ୍ବର ପାଞ୍ଚ । ଆଜି ସେପ୍ଟେମ୍ବର ପାଞ୍ଚ I ରାଧା ଆଉ କୃଷି । କୃଷି ଆଉ ରାଧା । ଚମତ୍କାର ଦିବ୍ୟ ସଂଯୋଗ । ପୁରୋହିତ ବାପା ରାଧାକୃଷ୍ଣନଙ୍କୁ ପାଠ ପଢ଼ାଇ ପାରିଲେ ନାହିଁ ।

ରାଧାକ୍ରିଷ୍ଣନ ଥିଲେ ଲାଜକୁନା, ନମ୍ର, ସୁଧାର । ପୁରୁ ଭେଙ୍କେଟେଶ୍ୱରଙ୍କ ପରମଭକ୍ତ । କେବଳ ହିନ୍ଦୁ ଧର୍ମ ନୁହେଁ ଖ୍ରୀଷ୍ଟଧର୍ମରେ ମଧ୍ୟ ତାଙ୍କର ସୁଖ୍ୟାତି ଥିଲା । ପ୍ରଚଣ୍ଡ ସ୍ମୃତି ଶକ୍ତିର ଗନ୍ତାଘର ଥିଲେ ରାଧାକ୍ରିଷ୍ଣନ ।

ତୁଳସୀ ଦୁଇ ପତ୍ରରୁ ବାସେ । ପିଲାଦିନରୁ ତାଙ୍କୁ ସାଙ୍ଗସାଥ୍‌, ଶିକ୍ଷକଅଧ୍ୟାପକମାନେ ଅଶେଷ ଭଲ ପାଉଥିଲେ । ବି.ଏ. ପରୀକ୍ଷାରେ ରାଧାକୃଷ୍ଣନ ବିଶ୍ୱବିଦ୍ୟାଳୟ ଟସର ହେଲେ ।

ଦର୍ଶନଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ପିଲାଦିନୁ ସିଏ ପାଠ ପଢ଼ିବାର ରାହା ପାଇ ନଥୁଲେ ସେ ପିଲାମାନଙ୍କୁ ପାଠ ପଢ଼ିବାରେ ରାଜା ଦେଲେ । ଏଥିପାଇଁ ଦୃଢ଼ ମନୋବଳ ଦରକାର ।

ସାଧନା ଦରକାର । ମାନ୍ଦ୍ରାଜର ପ୍ରେସିଡେନ୍ସି କଲେଜ, ଗୋଟିଏ ନାମୀ କଲେଜ । ସେଇ କଲେଜରେ ଅଧ୍ୟାପନା କରୁଥିଲେ ରାଧାକ୍ରିଷ୍ଣନ । ଶିଶୁ ପରି ସରଳ କିନ୍ତୁ ବଜ୍ରପରି କଠୋର ।

ଦର୍ଶନ ଶାସ୍ତ୍ର ଭଳି ଜଟିଳ ବିଷୟକୁ ଏପରି ସରଳ ଭାବେ ବୁଝାଇ ପାରୁଥିଲେ ଯେ ତାଙ୍କ କ୍ଲସ୍ ବେଳେ ପାଖ କକ୍ଷର ପିଲାମାନେ ପାଠ ଶୁଣିବାକୁ ଇଠି ଆସୁଥିଲେ ।

ଚୁମ୍ବକ ଲୁହାକୁ ଟାଣେ, ଗୁଣିଆ ସୁନାକୁ ଜାଣେ । ରାଧାକ୍ରିଷ୍ଣନ ଚକ୍ଟରେଟ୍‌ ଲାଭ କଲେ । ମହୀଶୂର ବିଶ୍ୱବିଦ୍ୟାଳୟର ମୁ ଆରମ୍ଭ ହେଲା ବହି ଲେଖା ପର୍ବ । ଯେଉଁ ବହି ସାରା ପୃଥିବୀରେ ସେଦିନ ବହଳ ପକାଇ ଦେଲା ।

ଆମେରିକାରେ ହିନ୍ଦୁଧର୍ମର ପ୍ରଚାର ଓ ପ୍ରସାର କଲେ । ଭାରତୀୟ ସଂସ୍କୃତି ମହାନ୍‌ ସଂସ୍କୃତି | ଏକମାତ୍ର ଲକ୍ଷ୍ୟ ବିଭିନ୍ନତା ମଧ୍ୟରେ ଏକତା “Unity In Diversity” ।

ପୂର୍ବ ପଶ୍ଚିମ ମିଳନର ସେତୁବନ୍ଧ ହେଲେ ସର୍ବପଲ୍ଲୀ ଗାଁର ରାଧାକ୍ରିଷ୍ଣନ । ପ୍ରାଚ୍ୟର ଗୁରୁ ପାଶ୍ଚାତ୍ୟର ଗୁରୁ ହେଲେ । “ଗୁ ଅର୍ଥ ଅନ୍ଧାର । “ରୁ ଅର୍ଥ ଦୂରେଇବା । ଅନ୍ଧାରରୁ ଯିଏ ଆଲୋକ ଦେଖାନ୍ତି ସେ ହିଁ ସଦଗୁରୁ ।

ଏହି ମର୍ମରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ବିଶ୍ବର ସର୍ବଶ୍ରେଷ୍ଠ ସଦଗୁରୁ । ରାଧାକ୍ରିଷ୍ଣନ୍ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୂଳପତି ହେଲେ । ଭିକମାଗି ପଣ୍ଡିତ ମଦନ ମୋହନ ମାଲବ୍ୟ ଯେଉଁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ତାର ପ୍ରଥମ କୁଳପତି ଭାବେ ସର୍ବପଲ୍ଲୀ

ରାଧାକ୍ରିଷ୍ଣନ ଅଭିଷିକ୍ତ ହେଲେ । ଗୀତା, କେବ, ବେଦାନ୍ତର ପ୍ରଧାନ ଆଚାର୍ଯ୍ୟ ଥିଲେ ରାଧାକ୍ରିଷ୍ଣନ । ସବୁ ଧର୍ମ ପ୍ରତି ସମ୍ମାନ, ସବୁ ଜାତି ପ୍ରତି ସ୍ନେହ । ସତ୍ୟ, ଧର୍ମ, ଶାନ୍ତିର ପ୍ରଚାରକ ରାଧାକ୍ରିଷ୍ଣନଙ୍କ ଚେଷ୍ଟାରେ ସେ ସଂପର୍କ ମଧୁର ହୋଇଗଲା ।

ବିଷ ବୃକ୍ଷରୁ ଅମୃତ ଝରିଲା । ରାଧାକ୍ରିଷ୍ଣନ ହେଲେ ଭାରତର ଉପରାଷ୍ଟ୍ରପତି । ତାପରେ ରାଷ୍ଟ୍ରପତି । ତାଙ୍କ ଗୁଣରେ ମୁଗ୍ଧ ହୋଇ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି କନ୍.ଏଫ୍. କେନେଡ଼ି ନିଜ ବିମାନଟି ରାଧାକ୍ରିଷ୍ଣନଙ୍କ ବ୍ୟବହାର ଲାଗି ପ୍ରଦାନ ନବେ ।

ଆଜି ସେହି ମହାନ ଗୁରୁଙ୍କର ମହାର୍ଘ ଜୟନ୍ତୀ । ଦୁର୍ଗରେ ଆଇ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ । ଆପଣଙ୍କ ଆଦର୍ଶରେ ଆମେ ଅନୁପ୍ରାଣୀତ ହୋଇ ଦେଶ ଓ ଜାତିର ସୁନାମ ରଖୁ । ମୁଁ ଏହିକି କହି ମୋର ବକ୍ତବ୍ୟ ଶେଷ କରୁଛି ।

Author
Language Odia
No. of Pages1
PDF Size0.3 MB
CategoryEducation

Related PDFs

Sabitri Brata Katha PDF In Odia

Teachers Day Speech Book PDF Free Download

Leave a Comment

Your email address will not be published. Required fields are marked *

error: Content is protected !!