ସାମ୍ବା ଦାଶାମି ବ୍ରତା କଥା – Samba Dashami Brata Katha And Puja Vidhi PDF Free Download

ଦମୟନ୍ତୀଙ୍କର (Samba Dashmi Vrat Katha)
ଶ୍ରୀ ସୁଦଶା ବ୍ରତ କଥା ଆରମ୍ଭ
ବନ୍ଦଇ ପରମାଲକ୍ଷ୍ମୀ ଜଗତ ତାରେଣୀ । ସମୁଦ୍ର ମନ୍ଥନୁ ଜାତ ହୋଇଲୁ ତୁ ଜାଣି ।୧। ତେଣୁ କରି ନାମ ହେଲା। ଲକ୍ଷ୍ମୀନାରାୟଣୀ । ବିଷ୍ଣୁଙ୍କ ଘରଣୀ ମାଗୋ ଅଟୁ କମଳିନୀ ।୨। । ଏଥୁ ଅନନ୍ତରେ ଦିନେ ଏମନ୍ତ ସମୟେ । ନାରଦମହର୍ଷି ଇନ୍ଦ୍ରଭୁବନେ ବିଜୟେ ।୩ ଷଡ଼ ଅର୍ଘ୍ୟ ଦେଇ ଇନ୍ଦ୍ରପାଦ ପୂଜା କଲେ । ବସିବା ନିମନ୍ତେ ଦିବ୍ୟ ଆସନେକ ଦେଲେ ।୪।
ଇନ୍ଦ୍ର ଉବାଚ
କେବଣ ବ୍ରତ କଲେ କେବଣ ଫଳ ପାଇ । ଘରଣୀ ପୁତ୍ର । * ଦୁହିତା କେମନ୍ତେ ମିଳଇ ।୧। ଏହା ମୋତେ ସଂକ୍ଷେପିଣ କହିବା ଗୋସାଇଁ । ତବ ମୁଖୁଁ ଶୁଣିଲେ ପରତେ ଯିବି ମୁହିଁ ।
ନାରଦ ଉବାଚ
ଶୁଣ ଏବେ ଇନ୍ଦ୍ର ସେହି ବ୍ରତର ମହିମା । ଯହିଁରେ ସନ୍ତୋଷ ହୋନ୍ତି ମହାଲକ୍ଷ୍ମୀ ଉମା ।୧। ମର୍ତ୍ତ୍ୟମଣ୍ଡଳରେ ସାର ଅବନ୍ତୀ ନଗର ।
ତହିଁ ବିଷ୍ଣୁ କର ବୋଲି ଅଟେ ଦ୍ୱିଜବର ।୨୮ ତାହାରି ଭାରିଯା ନାମ ଅଟେ ଲକ୍ଷ୍ମୀବତୀ । ସେ ବ୍ରାହ୍ମଣୀ ଲକ୍ଷ୍ମୀବ୍ରତ ସର୍ବଦା କରନ୍ତି ।୩ ଲକ୍ଷ୍ମୀଙ୍କର ଦୟା ଯେଣୁ ହେଲା ତା’ଉପରେ । ଅଚଳା ସମ୍ପତ୍ତି ଭୋଗକରେ ମର୍ତ୍ତ୍ୟପୁରେ ।୪।
ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ମନ ଦେଇ । ଲକ୍ଷ୍ମୀଙ୍କର ବ୍ରତ ତୋତେ କହିବା ବୁଝାଇ ।୫। ମାଘ ମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର ! ଶ୍ରୀସୁଦଶା ବ୍ରତଗୋଟି ପଡେ ସେ ଦିନର !୬ ସେହି ଦିନ ବ୍ରାହ୍ମଣୀ ଯେ ପ୍ରଭାତୁ ଉଠିଲା । । ଏକବଣ୍ଡି ଗାଈର ଯେ ଗୋବର ଆଣିଲା ।୭
ସୁସଞ୍ଚ କରି ଘର ଦୁଆର ଲିପିଲା । ନଦୀରେ ସ୍ନାନ କରିଣ ଘରକୁ ଅଇଲା ।୮। ତଣ୍ଡୁଳ ବାଟିଣ ଝୋଟି ଆଭରଣ ଦେଲା । ଶ୍ରୀ ପରମାଲକ୍ଷ୍ମୀଙ୍କୁ ସେ ସୁମରଣା କଲା ।୯। ଦଶବର୍ଣ୍ଣ ମୁରୁଜରେ ପିତୁଳା ଲେଖିଲା । ଦଶ ଯେ ପାଖୁଡ଼ା କରି ପଦ୍ମକେ ରଖିଲା ।୧୦।
ତହିଁର ଉପରେ ପୂଣ୍ଣ ଘଟକେ ସ୍ଥାପିଲା । ଘଟର ଉପରେ ଚ୍ୟୁତ ଡାଳେକ ଥୋଇଲା ।୧୧୮ ନାରୀକେଳ ଏକଗୋଟି ଘଟ ପରେ ଦେଲେ । ଦଶମୁଖୀ ଦୀପାବଳୀ ଜାଗର ଜାଳିଲେ ।୧୨। ଦଶଖିଅ ଧଳା । ସୂତ୍ରେ ବ୍ରତକୁ ଭାଙ୍ଗିଲେ । ଚଉଁରୀ ନାମେଣ ବେତ ପାଖରେ ଥୋଇଲେ ।୧୩ ଦଶ ମୁଷ୍ଟିତଣ୍ଡୁଳ ଯେ ଘଟ ପାଖେ ଦେଲେ । ଅବଦର ଫଳ ଗୋଟିଏ ଆଣିଣ ଯେ ଦେଲେ ।୧୪।
ଉପରେ ଭୁ ତନ୍ଦ୍ରାତାପ ଚାନ୍ଦୁଆ ଟଣାଇଲେ । ଦଶ ମେଞ୍ଚା ହଳଦୀ ଯେ ପୃଷ୍ଠକୁମ୍ଭେ – ଦେଲେ । ୧୫! ସିନ୍ଦୂର କଜଳ ନେଇ ଘଟ ପରେ ଦେଲେ । ଶ୍ରୀ ପରମା ଲକ୍ଷ୍ମୀଙ୍କୁ ଯେ ସୁମରଣା କଲେ ।୧୬ ଛେନା କଦଳୀ ଯେ ସର ସ୍ଥିତି ହେଲେ । ଦଶ ଗୋଟି ମଣ୍ଡା ନେଇ ଆଗରେ ଥୋଇଲେ ।୧୭।
କର୍ପୂରରେ ଯୁକ୍ତ କରି ଆଣିଣ ବାଢ଼ିଲେ ! ନଇବେଦ୍ୟ ଦେଇ ପୁଣି କଥା ଯେ ଶୁଣିଲେ ।୧୮। ଶ୍ରୀ ମହାଲକ୍ଷ୍ମୀଙ୍କ ସେ ସୁମରଣା କଲେ । ଲକ୍ଷ୍ମୀ ଦଶନାମ ଧରି ବ୍ରତେ ଗଣ୍ଠି ଦେଲେ ।୧୯।
ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ । ଦ୍ଵିତୀୟ । ଗଣ୍ଠିର ନାମ ହେଲା କମଳିନୀ ।୨୦ ତୃତୀୟ ଗଣ୍ଠିର ନାମ ଶ୍ରୀହରିହର ପ୍ରିୟା । ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା ।୨୧। ପଞ୍ଚମ ଗଣ୍ଠିର ନାମ ଅଟଇ କମଳା । ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା ।୨୨।
(ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ । ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲ୍ଲଣୀ ।୨୩ ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ । ଦଶ ମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ ।୨୪।
ଦଶନାମ ଧରିଣ ସେ ବ୍ରତ ଗଣ୍ଠି ଦେଲେ । ଲକ୍ଷ୍ମୀ ନାରାୟଣୀ ବୋଲି ମନେ ସୁମରିଲେ ।୨୫। ସୂର୍ଯ୍ୟଙ୍କୁ ସେ ଅର୍ଘ୍ୟ ଦେଇ ବନ୍ଦାପନା କଲେ । ନଦୀକୁ ଯେ ପାଣି କୁମ୍ଭେ ଆଣିବାକୁ ଗଲେ ।୨୬।
ବ୍ରତ ହସ୍ତରୁ ଖସାଇ କୂଳରେ ରଖିଲେ । ଜଳ ଭିତରେ ଯାଇଣ ବ୍ରାହ୍ମଣୀ ପଶିଲେ ।୨୭ ମାଂସ ମେଞ୍ଚା ପ୍ରାୟ ପାଟବ୍ରତ ଦିଶୁଥିଲା । ଚିଲ ପକ୍ଷୀ ଝାମ୍ପ ଦେଇ ବେଗେ ଘେନିଗଲା ।୨୮। ସେ ବ୍ରାହ୍ମଣୀ ଜଳ ଘେନି କୂଳକୁ ଅଇଲା । ବ୍ରତ ନ ଦେଖିଣ ସେହୁ ବିସ୍ମୟ ହୋଇଲା ।୨୯୮ ଚାରି ଦିଗକୁ ବ୍ରାହ୍ମଣୀ ନିରେଖି ଚାହିଁଲା ।
ସେ ବ୍ରତକୁ ଚିଲ ଘେନି ଯାଉଛି । – ଦେଖିଲା ।୩୦ ଚିଳ ପଛେ ପଛେ ସେ ବ୍ରାହ୍ମଣୀ ଗୋଡାଇଲା । ସେ ଚିଲ ଯାରଣ ଏକ ବନସ୍ତେ ପଶିଲା ।୩୧। ବ୍ରତ ନ ପାଇ ଆବ୍ରାହ୍ମଣୀ ବିକନେ କାନ୍ଦିଲା । ଚିଲପକ୍ଷୀ ବନସ୍ତେ ଅଦୃଶ୍ୟ ହୋଇଗଲା ।୩୨! ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ହେ ହୋଇଲା ମୃଗୟା ବିନୋଦ ନଳ ବନସ୍ତକୁ ଗଲା ।୩୩ ବ୍ରାହ୍ମଣୀ ରୋଦନ ରାଜା କଣ୍ଠେ ଯେ ଶୁଣିଲେ । ବନସ୍ତେ କେ ନାନ୍ଦୁଅଛି ବୋଲିଣ ବୋଇଲେ ।୩୪।
ସଇନିକ ସଖା ଘେନି ରାଜା ବିଜେ କଲେ ସାବ୍ରାହ୍ମଣୀ ପାଖରେ ପାଇଁ ପ୍ରବେଶ ହୋଇଲେ ।୩୫ ବ୍ରାହ୍ମଣୀକୁ ଦେଖି ରାଜା ବିସ୍ମୟ ହୋଇଲେ । ହିଁ ନିମନ୍ତେ କାନ୍ଦୁଅଛି ବୋଲିଣ…..
From more download PDF
Author | – |
Language | Odia |
No. of Pages | 11 |
PDF Size | 2.5 MB |
Category | Vrat Katha |
ସାମ୍ବା ଦାଶାମି ବ୍ରତା କଥା – Samba Dashami Brata Katha And Puja Vidhi PDF Free Download